"ଗେଲୱେ ବ୍ୟବସାୟ କରିବାର ସୁବର୍ଣ୍ଣ ସୁଯୋଗ"

ଅନଲାଇନ୍ ଫର୍ମ କିମ୍ୱା ଡିଷ୍ଟ୍ରିବ୍ୟୁଟରଶିପ୍ ଆବେଦନ ପର ପୂରଣ କରି ଆପଣ ଗ୍ଲେଜ୍ ଟ୍ରେଡିଙ୍ଗ୍ ପ୍ରା. ଲିଃ. ଅନ୍ତର୍ଗତ ଗେଲୱେ ବ୍ୟବସାୟର ଡିଷ୍ଟ୍ରିବ୍ୟୁଟରଶିପ୍ ହାସଲ କରିପାରିବେ। ଗେଲୱେ ବ୍ୟବସାୟ ଏପରି ଏକ ନମନୀୟ ବ୍ୟବସାୟ ଅଟେ, ଯାହାକୁ ଆପଣ ନିଜ ସୁବିଧା ଅନୁସାରେ ପାର୍ଟ-ଟାଇମ୍ କିମ୍ୱା ଫୁଲ୍-ଟାଇମ୍ କରିପାରିବେ।

ଗେକ୍ଲୱେ ବ୍ୟବସାୟ ଆପଣଙ୍କୁ ଦୁଇଟି ସୁଅବସର ପ୍ରଦାନ କରିଥାଏ। ପ୍ରଥମ ହେଉଛି, ଆପଣ ନିଜସ୍ୱ ବ୍ୟବସାୟ ଆରମ୍ଭ କରିପାରିବେ ତଥା ତାହା ଜରିଆରେ ରୋଜଗାର ସହିତ ମାନ-ସମ୍ମାନ ଓ ପରିଚୟ ପାଇବାର ଗୌରବ ପ୍ରାପ୍ତ କରିପାରିବେ। ଦ୍ୱିତୀୟତଃ, ଏହିସବୁ ହାସଲ କରିବା ପାଇଁ ଆପଣ ଅନ୍ୟମାନଙ୍କର ମଧ୍ୟ ସହାୟତା କରିପାରିବେ।

ଯଦି ଆପଣ ଗେଲୱେ ବ୍ୟବସାୟର ଫ୍ରୀ ଡିଷ୍ଟ୍ରିବ୍ୟୁଟରଶିପ୍ ପ୍ରାପ୍ତ କରିବାକୁ ଚାହାନ୍ତି, ତେବେ ନିମ୍ନଲିଖିତ ପ୍ରକ୍ରିୟାଗୁଡ଼ିକର ପାଳନ କରନ୍ତୁ:-

1. ଜଏନିଙ୍ଗ୍ ପ୍ରୋସେସ୍ କୁ ଏହି ଚିନ୍ତାଧାରା ସହିତ ପ୍ରସ୍ତୁତ କରାଯାଇଛି ଯେ, ତାହା ସରଳ ହୋଇଥିବ, ଶୀଘ୍ର ହେଉଥିବ ତଥା ସେଥିରେ କୌଣସି ପ୍ରକାରର ଜଟିଳତା ନଥିବ। ଯେତେବେଳେ ଗ୍ଲେଜ୍ ଟ୍ରେଡିଙ୍ଗ୍ ଇଣ୍ଡିଆ ପ୍ରା. ଲିଃ.ର କୌଣସି ବିଦ୍ୟମାନ ଡିଷ୍ଟ୍ରିବ୍ୟୁଟର୍ ଆପଣଙ୍କ ପରିଚୟ କମ୍ପାନୀ ସହିତ କରାଇବେ, ତେବେ ହିଁ ଆପଣ ଏହି କମ୍ପାନୀର ବ୍ୟବସାୟ ଡିଷ୍ଟ୍ରିବ୍ୟୁଟରଶିପ୍ ପ୍ରାପ୍ତ କରିପାରିବେ। ଆପଣ କୌଣସି ବିଦ୍ୟମାନ ଡିଷ୍ଟ୍ରିବ୍ୟୁଟର୍ ଙ୍କ IDରୁ ଗୋଟିଏ ରେଫରେନ୍ସ ନମ୍ୱର୍ ଜେନେରେଟ୍ କରିପାରିବେ ଅଥବା ନିଜର କିଛି ମୌଳିକ ସୂଚନା ଆମକୁ ଦେଇପାରିବେ। ଏହାପରେ ଆମେ, ଶୀଘ୍ର ହିଁ ସମ୍ପର୍କ କରିବୁ।

ଉଦାହରଣସ୍ୱରୂପ, ରେଫରେନ୍ସ ନମ୍ୱର୍ - 12345

2. ରେଫରେନ୍ସ ନମ୍ୱର୍ ଜେନେରେଟ୍ କରିସାରିବା ପରେ ଆପଣ, ନିଜର ନିକଟସ୍ଥ ଫ୍ରାଞ୍ଚାଇଜୀକୁ ଯାଇ ନିଜର ID ନମ୍ୱର୍ (ଇଣ୍ଡିପେଣ୍ଡେଣ୍ଟ ଡିଷ୍ଟ୍ରିବ୍ୟୁଟର୍ ନମ୍ୱର୍) ଜେନେରେଟ୍ କରିପାରିବେ।

ଉଦାହରଣସ୍ୱରୂପ, ରେଫରେନ୍ସ ନମ୍ୱର୍ - GKP123AA

3. ନିଜର ID ନମ୍ୱର୍ ପ୍ରାପ୍ତ କରିବା ପରେ ଆପଣ, ସମଗ୍ର ଦେଶରେ ସ୍ଥିତ ଆମର ଯେକୌଣସି ପଞ୍ଜୀକୃତ ଫ୍ରାଞ୍ଚାଇଜୀରୁ ଡିଷ୍ଟ୍ରିବ୍ୟୁଟର୍ ମୂଲ୍ୟ (DP)ରେ ପ୍ରଡକ୍ଟସ୍ କିଣି ସେଗୁଡ଼ିକ ସର୍ବାଧିକ ଖୁଚୁରା ମୂଲ୍ୟ (MRP)ରେ ବିକ୍ରି କରିବା ପାଇଁ ଯୋଗ୍ୟ ହୋଇଯିବେ।

4. ଯଦି ଆପଣ ଭବିଷ୍ୟତରେ ଅଧିକ ରୋଜଗାର କରିବାକୁ ଚାହାନ୍ତି, ବିଶେଷ ଅଫର୍ସ ସହିତ ବୋନସ୍ ତଥା ପ୍ରଡକ୍ଟଗୁଡ଼ିକ ଉପରେ ଅଫର୍ସ ପାଇବାକୁ ଚାହାନ୍ତି, ତେବେ ପ୍ରାରମ୍ଭରେ ଆପଣଙ୍କୁ ଅତିକମରେ 40 I.P. ପ୍ରଡକ୍ଟ କିଣିବାକୁ ହେବ (ଦୟାକରି ଅଧିକ ସୂଚନା ପାଇଁ ଆମର ବିଜନେସ୍ ପ୍ଲାନ୍ ଦେଖନ୍ତୁ)।

ଗେଲୱେ ବିଜନେସ୍ ପ୍ଲାନ୍ ଆପଣଙ୍କୁ ସ୍ୱାଧୀନତା ଦେଇଥାଏ, ଏହି ବ୍ୟବସାୟକୁ ପାର୍ଟ-ଟାଇମ୍ କିମ୍ୱା ଫୁଲ୍-ଟାଇମ୍ ଭାବରେ କରିପାରିବେ, ଯେଉଁଥିରୁ ଆପଣ ନିଜ ସାଙ୍ଗ ଓ ପରିବାର ସହିତ ଅଧିକ ସମୟ ବିତାଇପାରିବେ। ତତସହିତ, ଏଠାରେ ଆପଣଙ୍କୁ ଭଲ ରୋଜଗାର କରିବାର ସୁଅବସର ମଧ୍ୟ ମିଳିଥାଏ।

ଗ୍ଲେଜ୍ ଟ୍ରେଡିଙ୍ଗ୍ ଇଣ୍ଡିଆ ପ୍ରା. ଲିଃ. ଦେଶର ସର୍ବୋଚ୍ଚ ଡାଇରେକ୍ଟ ସେଲିଙ୍ଗ୍ କମ୍ପାନୀଗୁଡ଼ିକ ମଧ୍ୟରୁ ଅନ୍ୟତମ ଅଟେ, ଯାହା ପାଖରେ ପ୍ରାୟ 16 ବର୍ଷର ଅଭିଜ୍ଞତା ଅଛି। ଏଠାରେ ଆପଣଙ୍କୁ ଡାଇରେକ୍ଟ ସେଲିଙ୍ଗ୍ ମାର୍କେଟିଙ୍ଗ୍ କ୍ଷେତ୍ରରେ ଉତ୍ତମ ଅନୁଭବ ରଖିଥିବା ଲୋକମାନଙ୍କ ମଧ୍ୟରେ କାମ କରିବା ଓ ଶିଖିବାର ସୁଯୋଗ ମିଳିଥାଏ। ଗେଲୱେ ପ୍ରଡକ୍ଟସ୍ ସମଗ୍ର ଭାରତ ବର୍ଷରେ ନିଜର ଉତ୍କୃଷ୍ଟ କ୍ୱାଲିଟୀ, ସୁଲଭ ମୂଲ୍ୟ ଓ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ପରିଚିତ। ବ୍ୟବସାୟ ଓ ଉତ୍ପାଦର ଭଲ ବୁଦ୍ଧିମତା ଏବଂ ଜ୍ଞାନ ପାଇଁ ଗ୍ଲେଜ୍ ଦ୍ୱାରା ମଝିରେ-ମଝିରେ ନିଜ ଡିଷ୍ଟ୍ରିବ୍ୟୁଟର୍ମାନଙ୍କୁ ଏହାର ତାଲିମ୍ ମଧ୍ୟ ଦିଆଯାଇଥାଏ।