sanjeev sir

ଶ୍ରୀ ସଂଜୀବ ଛିବର ଫାଉଣ୍ଡର୍ ଡାଇରେକ୍ଟର୍

"ସଂଘର୍ଷ ଯେତେ କଠିନ ହେବ, ବିଜୟ ସେତେ ଗୌରବମୟ ହେବ।”

ଦୃଢ଼ ଇଚ୍ଛାଶକ୍ତି ଓ ବଡ଼ ଚିନ୍ତାଧାରା ରଖୁଥିବା ଶ୍ରୀ ସଂଜୀବ ଛିବର, ନିଜର ସାହସ ଓ ଉନ୍ମାଦ ବଳରେ ହିଁ ବଡ଼ ଆହ୍ୱାନକୁ ହରାଇବାର ଦକ୍ଷତା ରଖନ୍ତି। କର୍ମକ୍ଷେତ୍ର ଯାହାବିହେଉ, ସଫଳତାର ପ୍ରତ୍ୟେକ ଲକ୍ଷ୍ୟକୁ ଭେଦିବା ଶ୍ରୀ ଛିବରଙ୍କୁ ଜଣା। ଗ୍ଲେଜ୍ ଟ୍ରେଡିଙ୍ଗ୍ ଇଣ୍ଡିଆ ପ୍ରା. ଲିଃ.ର ଫାଉଣ୍ଡର୍ ଡାଇରେକ୍ଟର୍ ଶ୍ରୀ ସଂଜୀବ ଛିବର, ଜଣେ ଦକ୍ଷ ଉଦ୍ୟମୀ ଭଳି ପ୍ରତ୍ୟେକ କ୍ଷେତ୍ରରେ ନିଜ ସଫଳତାର ପତାକା ଲହରାଇବା ଜାଣନ୍ତି। କେବେ ଘର ଖର୍ଚ୍ଚରେ ନିଜର ଯୋଗଦାନ ଦେବାପାଇଁ ଚାକିରି ଖୋଜୁଥିବା ଶ୍ରୀ ସଂଜୀବ ଛିବର, ଡାଇରେକ୍ଟ ସେଲିଙ୍ଗ୍ ଉଦ୍ୟୋଗରୁ ନିଜର ଅଜେୟ ଓ ଦୀର୍ଘକାଳିକ ଯାତ୍ରା ଆରମ୍ଭ କରିଥିଲେ। ହେଲେ, ପ୍ରାରମ୍ଭରେ ସଂଘର୍ଷର କଣ୍ଟକମୟ ମାର୍ଗ ମଧ୍ୟ ଆସିଲା, କିନ୍ତୁ ସେ ସେହି ପରିସ୍ଥିତି ଓ ଅସଫଳତାଗୁଡ଼ିକୁ ହିଁ ନିଜର ସଫଳତାର ଆଧାର କରିନେଲେ। ମନରୁ ସମସ୍ତଙ୍କ ପ୍ରିୟ ତଥା ବିନମ୍ର ବ୍ୟକ୍ତିତ୍ୱର ମାଲିକ ଶ୍ରୀ ସଂଜୀବ ଛିବର, ନିଜର ପ୍ରତ୍ୟେକ ପାଦ, ନିଜ ସ୍ୱପ୍ନକୁ ସତ୍ୟତାରେ ପରିଣତ କରିବା ଦିଗକୁ ବଢ଼ାଇଲେ।

ଭାରତରେ ଡାଇରେକ୍ଟ ସେଲିଙ୍ଗ୍ ବ୍ୟବସାୟକୁ ସମ୍ମାନ ଓ ପରିଚୟ ଦେଇ ଏକ ନୂଆ ଉଚ୍ଚତାକୁ ପହଞ୍ଚାଇବା ପାଇଁ ଦୃଢ଼ ସଂକଳ୍ପିତ ଶ୍ରୀ ସଂଜୀବ ଛିବର, ଗ୍ଲେଜ୍ ଟ୍ରେଡିଙ୍ଗ୍ ଇଣ୍ଡିଆ ପ୍ରା. ଲିଃ. ପାଇଁ ଏକ ମହତ୍ତ୍ୱାକାଂକ୍ଷୀ ବ୍ୟବସାୟ ଯୋଜନା ପ୍ରସ୍ତୁତ କରିଛନ୍ତି। ନିଜର ବିଶ୍ୱ ବ୍ୟାପାର ରଣନୀତିର ଗୋଟିଏ ଭାଗ ଅନ୍ତର୍ଗତ ସେ, ବିଶ୍ୱ ସ୍ତରରେ ଗେଲୱେ ବ୍ୟବସାୟର ସଘନ ନେଟୱର୍କ ବିସ୍ତାର ପାଇଁ ବିଭିନ୍ନ ଜାତି, ସମୁଦାୟ ଓ ଧର୍ମର ଲୋକମାନଙ୍କୁ ଏକ ପ୍ରଭାବଶାଳୀ ସୁଯୋଗ ପ୍ରଦାନ କରିବାର ଯୋଜନା କରିଛନ୍ତି।

ଶ୍ରୀ ଚେତନ ହାଣ୍ଡା ଫାଉଣ୍ଡର୍ ଡାଇରେକ୍ଟର୍

“ଅସଫଳତା ଜୀବନର ଅନ୍ତ ନୁହେଁ, ବରଂ ସଫଳତାର ପ୍ରାରମ୍ଭ ଅଟେ।”

ଯେକୌଣସି ବ୍ୟକ୍ତି ନିଜ ଆକାରରୁ ନୁହେଁ, ବରଂ ନିଜ ଚିନ୍ତାଧାରାରୁ ବଡ଼ ହୋଇଥାଏ ଏବଂ ତା’ ଚିନ୍ତାଧାରାର ଏହି ଆକାର ତା’ର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରିଥାଏ। ଏହି କଥା, ଯୁବା ଉର୍ଜାରେ ଭରପୂର ଉଦ୍ୟମୀ ଶ୍ରୀ ଚେତନ ହାଣ୍ଡାଙ୍କ ଜୀବନରେ ଏକଦମ ସଠିକ୍ ଅଟେ। ଶ୍ରୀ ଚେତନ ହାଣ୍ଡା, ନିଜ କ୍ୟାରିଅର୍‌ର ଆରମ୍ଭ ଛୋଟ ସ୍ତରରେ କରିଥିଲେ ସୁଦ୍ଧା, ତାଙ୍କର ସ୍ୱପ୍ନ ବହୁତ ବଡ଼ ଥିଲା। ସେଥିପାଇଁ, ଧୈର୍ଯ୍ୟ ଓ ଦୃଢତାର ସଂଯୋଜନରୁ ସେ ଭାରତର ନିଜ ମଧ୍ୟରେ ଅଦ୍ଭୁତ ଡାଇରେକ୍ଟ ସେଲିଙ୍ଗ୍ କମ୍ପାନୀ ଗ୍ଲେଜ୍ ଟ୍ରେଡିଙ୍ଗ୍ ଇଣ୍ଡିଆ ପ୍ରା. ଲିଃ.ର ସହ-ସଂସ୍ଥାପକ ହେଲେ।

ବିଜ୍ଞାନରେ ସ୍ନାତନ ଓ ଅର୍ଥବ୍ୟସ୍ଥାରେ MBA କରିଥିବା ଶ୍ରୀ ଚେତନ ହାଣ୍ଡା, ନିଜର ବ୍ୟାବସାୟିକ ଯାତ୍ରାର ଆରମ୍ଭ ବିନମ୍ର ଶୈଳୀରେ କରିଥିଲେ। କିନ୍ତୁ, ଖୁବ୍ ଶୀଘ୍ର ସେ, ଏକ ରୋଚକ ଓ ସର୍ବୋତ୍ତମ ଆଇଡିଆ ଖୋଜି କାଢ଼ିଲେ, ଯାହାର ପରିଣାମସ୍ୱରୂପ 2003ରେ ଗ୍ଲେଜ୍ ଟ୍ରେଡିଙ୍ଗ୍ ଇଣ୍ଡିଆ ପ୍ରା. ଲିଃ.ର ଉଦୟ ହେଲା। ଡାଇରେକ୍ଟ ସେଲିଙ୍ଗ୍ ବ୍ୟବସାୟରେ ଆଦର୍ଶ ଅବସରର ନିର୍ମାଣ ପ୍ରତି ପ୍ରତିବଦ୍ଧ ଶ୍ରୀ ଚେତନ ହାଣ୍ଡା ଧୀରେଧୀରେ ସଫଳତା ଆଡ଼କୁ ବଢ଼ିଚାଲିଲେ ଏବଂ ଏହି ବ୍ୟବସାୟରେ ଏକ ନୂଆ ସ୍ତର ହାସଲ କଲେ।

ନୈତିକ ମୂଲ୍ୟ ଧନୀ ଶ୍ରୀ ଚେତନ ହାଣ୍ଡା, ସର୍ବଦା ହିଁ କାମରେ ପାରଦର୍ଶୀ ଓ ଉତ୍ତମ ପରିବେଶ ସୃଷ୍ଟି କରି ଭାରତୀୟ ଡାଇରେକ୍ଟ ସେଲିଙ୍ଗ୍ ଉଦ୍ୟୋଗକୁ ଏକ ନୂଆ ଓ ମଜଭୂଅ ଆକାର ଦେବାପାଇଁ ସମର୍ପିତ ଅଟନ୍ତି। ତାଙ୍କର ସର୍ବଦା ଏହି ବିଶ୍ୱାସ ରହିଛି ଯେ, ଭାରତ ଭଳି ସାଂସ୍କୃତି ବିବିଧତା ବିଶିଷ୍ଟ ଦେଶରେ ନେଟୱର୍କିଙ୍ଗ୍ ଭଳି ବିଜନେସ୍ ର ବିକାଶ ପାଇଁ ଅସୀମ ସମ୍ଭାବନା ରହିଛି, ଯେଉଁଥିରେ କେବଳ ଉତ୍ପାଦଗୁଡ଼ିକର ନେଣ-ଦେଣ ନୁହେଁ, ବରଂ ନୂଆ-ନୂଆ ସମ୍ପର୍କ ମଧ୍ୟ ଗଢ଼ିଉଠେ। ଏହି ବ୍ୟବସାୟ ମାଧ୍ୟମରେ ଶ୍ରୀ ହାଣ୍ଡଙ୍କ ଉଦ୍ଦେଶ୍ୟ ଉପଯୋଗୀ ଉତ୍ପାଦ, ସେବା ଓ ବିଜନେସ୍ ସମ୍ଭାବନାଗୁଡ଼ିକର ବିସ୍ତାର, ରାଷ୍ଟ୍ରୀୟ ଓ ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ କରିବା ରହିଆସିଛି। କମ୍ପାନୀର ବିକାଶର ରଣନୀତି ଅନ୍ତର୍ଗତ ଶ୍ରୀ ହାଣ୍ଡାଙ୍କ ଯୋଜନା ଭାରତୀୟ ଡାଇରେକ୍ଟ ସେଲିଙ୍ଗ୍ ବ୍ୟବସାୟକୁ ସମଗ୍ର ଦୁନିଆରେ ବ୍ୟାପ୍ତ କରିବା ଏବଂ ଏକ ସମୃଦ୍ଧ ନେଟ୍‌ୱର୍କ ସ୍ଥାପିତ କରିବା ଅଟେ।

ଶ୍ରୀ ସରବଜୀତ ସିଂହ ଅରନେଜାଡାଇରେକ୍ଟର୍

"ଆପଣ ନିଜର ଭବିଷ୍ୟତ ବଦଳାଇପାରିବେ ନାହିଁ, କିନ୍ତୁ ଆପଣ ନିଜର ଅଭ୍ୟାସ ବଦଳାଇପାରିବେ ଏବଂ ନିଶ୍ଚିତ ଭାବେ ଆପଣଙ୍କର ଅଭ୍ୟାସ ଆପଣଙ୍କ ଭବିଷ୍ୟତ ବଦଳାଇପାରିବ।"

ନେତୃତ୍ୱ ଓ ବ୍ୟବସାୟ, ପ୍ରତ୍ୟେକ ଦିଗରେ ଦକ୍ଷ ଶ୍ରୀ ସରବଜୀତ ସିଂହ ବାଣିଜ୍ୟରେ ସ୍ନାତକ କରିଛନ୍ତିଇ ତଥା ନିଜର ନୂଆ, ଅଣ-ପାମ୍ପରାଗତ ଓ ପ୍ରଗତିଶୀଳ ବିଚାର ସହିତ ଗ୍ଲେଜ୍ ଟ୍ରେଡିଙ୍ଗ୍ ଇଣ୍ଡିଆ ପ୍ରା. ଲିଃ.ର ସେଲ୍ସ ଓ ମାର୍କେଟିଙ୍ଗ୍ ବିଭାଗ ପ୍ରମୁଖର ଦାୟିତ୍ୱ ନିର୍ବାହ କରୁଛନ୍ତି। ଶ୍ରୀ ସରବଜୀତ ସିଂହ ଅରନେଜା, କମ୍ପାନୀର ନିର୍ଦ୍ଦେଶକ ମଧ୍ୟ ଅଟନ୍ତି। ଯେକୌଣସି ପରିସ୍ଥିତିରେ ସଫଳତା ପ୍ରାପ୍ତ କରିବାର ଦମ୍ଭ ରଖୁଥିବା ଶ୍ରୀ ସରବଜୀତ ସିଂହ ଅରନେଜା, ଛୋଟ ପ୍ରାରମ୍ଭରୁ ବଡ଼ ସଫଳତା ଅର୍ଜନ କରିଛନ୍ତି। ତାଙ୍କର ଅଦ୍ଭୁତ ଟ୍ରେନିଙ୍ଗ୍ ମଡ୍ୟୁଲ୍, ଉଦ୍ୟମୀ ଦୁଷ୍ଟିକୋଣ କାରଣରୁ ଗ୍ଲେଜ୍ ଟ୍ରେଡିଙ୍ଗ୍ ଇଣ୍ଡିଆ ପ୍ରା. ଲିଃ.ରେ ଏକ ଯୋଗ୍ୟ ଓ ସକ୍ଷମ ସେଲ୍ସର ଗଠନ ହୋଇଛି। ଶ୍ରୀ ସରବଜୀତ ସିଂହ ଅରନେଜାଙ୍କର ବହୁମୁଖୀ ପ୍ରତିଭାଶାଳୀ ନେତୃତ୍ୱରେ ଗ୍ଲେଜ୍‌ର ସେଲ୍ସ ଟିମ୍ ଲଗାତାର ସକାରାତ୍ମକ ରୂପରେ ମଜଭୂତ ହେଉଛି।

ଶ୍ରୀ ସରବଜୀତ ସିଂହ ଅରନେଜାଙ୍କ ପରିକଳ୍ପନା ହେଉଛି ଇଣ୍ଡିଆନ୍ ଡାଇରେକ୍ଟ ସେଲିଙ୍ଗ୍ ବ୍ୟବସାୟର ଏକ ସ୍ୱଚ୍ଛ ଓ ନୈତିକ ସ୍ତରରେ ମଜଭୂତ ଛବି ସ୍ଥାପିତ କରିବା। କମ୍ପାନୀର ଭବିଷ୍ୟର ବିକାଶ ରଣନୀତି ଅନ୍ତର୍ଗତ ସେ କମ୍ପାନୀର ସେଲ୍ସ ଫୋର୍ସରେ ଏପରି ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ଚାହାନ୍ତି, ଯାହା ଭାରତରେ ଡାଇରେକ୍ଟ ସେଲିଙ୍ଗର ପରିଦୃଶ୍ୟକୁ ସମ୍ପୂର୍ଣ୍ଣ ଭାବେ ବଦଳାଇଦେବ।

ଶ୍ରୀ ସୁମିତ କୋହଲୀ ଡାଇରେକ୍ଟର୍

“ଯଦି ମନୁଷ୍ୟ ଏହା ସ୍ଥିର କରିନିଏ, ତେବେ ସେ, ପ୍ରତ୍ୟେକ ଅସମ୍ଭବ କାମକୁ ସମ୍ଭବ କରିପାରିବ।”

ଆତ୍ମବିଶ୍ୱାସରେ ଭରପୂର ତଥା ସ୍ୱଭାବରେ ଅତ୍ୟନ୍ତ ବିନମ୍ର ଶ୍ରୀ ସୁମିତ କୋହଲୀ, ଗ୍ଲେଜ୍ ଟ୍ରେଡିଙ୍ଗ୍ ଇଣ୍ଡିଆ ପ୍ରା. ଲିଃ.ର ଅପରେଶନ୍ ଡିଭିଜନ୍‌କୁ ସମ୍ଭାଳିବା ସହିତ କମ୍ପାନୀର ନିର୍ଦ୍ଦେଶକ ପଦ ମଧ୍ୟ ସମ୍ଭାଳୁଛନ୍ତି। ଶ୍ରୀ ସୁମିତ କୋହଲୀ, ସଂକଳ୍ପ ଓ ଇଚ୍ଛାଶକ୍ତି ବଳରେ ନିଜ ଲକ୍ଷ୍ୟକୁ ପ୍ରାପ୍ତ କଲେ ଏବଂ ବହୁତ କମ ସମୟରେ କମ୍ପାନୀର ଶୀର୍ଷ ପରିଚାଳନାରେ ନିଜର ମଜଭୂତ ସ୍ଥାନ ସୃଷ୍ଟି କଲେ। କମ୍ପାନୀର ସେବା ଓ ସଂଚାଳନ ସମ୍ୱନ୍ଧିତ ଅଭିଯୋଗଗୁଡ଼ିକର ବ୍ୟକ୍ତିଗତ ତତ୍ତ୍ୱାବଧାନରେ ପର୍ଯ୍ୟବେକ୍ଷଣ କରୁଥିବା ଶ୍ରୀ ସୁମିତ କୋହଲୀ, କମ୍ପାନୀର ସମ୍ପୂର୍ଣ୍ଣ ନେଟ୍‌ୱର୍କକୁ ସୁଚାରୁ ଢଙ୍ଗରେ ସଂଚାଳନ କରିବା ପାଇଁ ଦାୟୀ ଅଟନ୍ତି।

ଗ୍ଲେଜ୍ ସହିତ ଶ୍ରୀ ସୁମିତ କୋହଲୀଙ୍କ ଯାତ୍ରାର ଆରମ୍ଭ 2003ରେ ହୋଇଥିଲା ଏବଂ ସେବେଠାରୁ ସେ, ଏହି କମ୍ପାନୀର ଏକ ଅଭିନ୍ନ ଅଙ୍ଗ ହୋଇ ରହିଛନ୍ତି। ଅତ୍ୟନ୍ତ ତୀକ୍ଷ୍ଣ ନଜର ରଖିଥିବା ଶ୍ରୀ ସୁମିତ କୋହଲୀ, ଗ୍ରାହକ ଓ ବିକ୍ରି ଅଂଶୀଦାରମାନଙ୍କୁ ଉତ୍କୃଷ୍ଟ ସେବା ପ୍ରଦାନ କରି ସାମ୍ପ୍ରତିକ ଡାଇରେକ୍ଟ ସେଲିଙ୍ଗ୍ ବ୍ୟବସାୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଟନ୍ତି।

ଶ୍ରୀ ସଂଜୟ ବର୍ମାଡାଇରେକ୍ଟର୍

“ବିଚାରରୁ କାର୍ଯ୍ୟ ଉତ୍ପନ୍ନ ହୁଏ, କର୍ମରୁ ଅଭ୍ୟାସର ଉତ୍ପନ୍ନ ହୁଏ ଏବଂ ଚରିତ୍ରରୁ ଆପଣଙ୍କ ଭାଗ୍ୟର ଉତ୍ପତ୍ତି ହୁଏ"

ଲୁଧିଆନା, ପଂଜାବର ଏକ ସାମାନ୍ୟ ପରିବାରରେ ଜନ୍ମିତ ଶ୍ରୀ ସଂଜୟ ବର୍ମା, ପିଲାବେଳୁ ହିଁ ମହତ୍ତ୍ୱାକାଂକ୍ଷୀ ଓ ପ୍ରତିଭାଶାଳୀ ବ୍ୟକ୍ତିତ୍ୱର ମାଲିକ ଅଟନ୍ତି। ସ୍ୱଭାବରେ ହସମୁଖ ଏବଂ ବ୍ୟବସାୟର ସୂକ୍ଷ୍ମ ଦିଗରେ ଦକ୍ଷ ଶ୍ରୀ ସଂଜୟ ବର୍ମା, ପ୍ରତ୍ୟେକ କାମକୁ ପୂର୍ଣ୍ଣତାର ସହ ଭିନ୍ନ ଶୈଳୀରେ କରିବା ପାଇଁ ଜଣାଶୁଣା। ସେଥିପାଇଁ, ନିଜର ସ୍ନାତକ ସମ୍ପୂର୍ଣ୍ଣ କରିବା ପରେ, ସେ କୌଣସି ସରକାରୀ ଚାକିରି କରିବା ବଦଳରେ ବ୍ୟବସାୟରେ ବଡ଼ ସଫଳତା ହାସଲ କରିବା ପାଇଁ ସ୍ଥିର କଲେ ଏବଂ ଆଜି ସେ, ଗ୍ଲେଜ୍‌ର ଡାଇରେକ୍ଟର୍ ଭାବେ ନିଜର ଅଭୂତପୂର୍ବ ସେବା ଦେଉଛନ୍ତି।

ଶ୍ରୀ ସଂଜୟ ବର୍ମା, ସମଗ୍ର ଦେଶରେ ଗେଲ୍‌ୱେ ବିଜନେସ୍ ପ୍ରସାର କରିବାର ଦାୟିତ୍ୱକୁ ଅତ୍ୟନ୍ତ କୁଶଳତାପୂର୍ବକ ନିର୍ବାହ କରି ଉଲ୍ଲେଖନୀୟ ସଫଳତା ପ୍ରାପ୍ତ କରିଛନ୍ତି। ବହୁମୁଖୀ ପ୍ରତିଭାର ଧନୀ ଶ୍ରୀ ସଂଜୟ ବର୍ମା ଆଜି ଗ୍ଲେଜ୍ ଟ୍ରେଡିଙ୍ଗ୍ ଇଣ୍ଡିଆ ପ୍ରା. ଲିଃ.ର ମାର୍କେଟିଙ୍ଗ୍ ବିଭାଗର ସଫଳତାପୂର୍ବକ ନେତୃତ୍ୱ କରିବା ସହିତ ଗେଲ୍‌ୱେ ବ୍ୟବସାୟକୁ ଦୈନିକ ସଫଳତାର ଶୀର୍ଷକୁ ନେଇଯାଉଛନ୍ତି।