ଗେଲୱେ ଫାଉଣ୍ଡେଶନ୍, ଡାଇରେକ୍ଟ ସେଲିଙ୍ଗର ଅଗ୍ରଣୀ କମ୍ପାନୀଗୁଡ଼ିକ ମଧ୍ୟରୁ ଅନ୍ୟତମ, ଗ୍ଲେଜ୍ ଟ୍ରେଡିଙ୍ଗ୍ ଇଣ୍ଡିଆ ପ୍ରା. ଲିଃ.ର କର୍ପୋରେଟ୍ ସୋସିଆଲ୍ ରେସ୍ପୋନ୍ସିବିଲିଟୀ (CSR) ୱିଙ୍ଗ୍ ଅଟେ। ଅଗଷ୍ଟ 2015ରେ ଗେଲୱେ ଫାଉଣ୍ଡେଶନ୍ର ଆରମ୍ଭ, କମ୍ପାନୀର ଫାଉଣ୍ଡର୍ ଡାଇରେକ୍ଟର୍ସ ଶ୍ରୀ ସଂଜୀବ ଛିବର ଓ ଶ୍ରୀ ଚେତନ ହାଣ୍ଡା, ଏହି ଭିଜନ୍ ସହିତ କରିଥିଲେ ଯେ, ଏହା ମାଧ୍ୟମରେ ଏପରି ଗୋଟିଏ ଏକୀକୃତ ଓ ସଚ୍ଚୋଟ ସମାଜର ନିର୍ମାଣରେ ଯୋଗଦାନ ଦେଇପାରିବେ, ଯେଉଁଠାରେ ସମସ୍ତଙ୍କୁ ସମାନ ଅବସର ମିଳିବ ଏବଂ ସମସ୍ତଙ୍କୁ ନିଜର ପୂର୍ଣ୍ଣ କ୍ଷମତାର ଅନୁଭବ ହେବ। ତାହା ସହିତ ଏହା ମଧ୍ୟ ସୁନିଶ୍ଚିତ ହୋଇପାରିବ ଯେ, ଏଥିରୁ ସମଗ୍ର ଦେଶରେ ବଞ୍ଚିତ କିମ୍ୱା କମ ବିଶେଷାଧିକାର ପ୍ରାପ୍ତ ସମୁଦାୟର ପ୍ରଗତି ଓ ବିକାଶକୁ ପ୍ରୋତ୍ସାହନ ମିଳିପାରିବ।

ଗେଲୱେ ଫାଉଣ୍ଡେଶନ୍ର S.E.P. ଏବଂ ଡିଜିଟାଳୟ ନାମକ ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ ଅଛି। ଗେଲୱେ ଫାଉଣ୍ଡେଶନ୍ର S.E.P. କାର୍ଯ୍ୟକ୍ରମ, ଯେଉଁଠାରେ ଲୋକମାନଙ୍କୁ ଆଧ୍ୟାତ୍ମିକ ଭାବରେ ବିକଶିତ କରିବା ସହିତ ସେମାନଙ୍କର ଅବଚେତନ ମନର ଶକ୍ତିକୁ ସ୍ୱୀକାର କରିବାରେ ସହାୟତା କରି, ସେମାନଙ୍କ ଆନ୍ତରିକ କ୍ଷମତାର ଅନୁଭବ କରାଇଥାଏ, ସେହିଠାରେ ଡିଜିଟାଳୟର ଉଦ୍ଦେଶ୍ୟ ହେଉଛି ସେହି ଲୋକମାନଙ୍କୁ ନିଃଶୁଳ୍କ ବୈଷୟିକ ପ୍ରଶିକ୍ଷଣ ପ୍ରଦାନ କରିବା, ଯେଉଁମାନଙ୍କ ପାଖରେ କମ୍ପ୍ୟୁଟର୍ ର ବ୍ୟବହାର କରିବା ବିଷୟରେ କୌଣସି ସୂଚନା ନାହିଁ, ଯେଉଁଥିରୁ ସେମାନଙ୍କର IT ଦକ୍ଷତା ମଜଭୂତ ହୋଇପାରିବ ତଥା ଭବିଷ୍ୟତରେ ସେମାନେ ଦେଶର ମହତ୍ୱାକାଂକ୍ଷୀ ଯୋଜନା ଡିଜ୍ଜିଟଲ୍ ଇଣ୍ଡିଆ ମିଶନ୍ରେ ନିଜର ସକାରାତ୍ମକ ଯୋଗଦାନ ଦେଇପାରିବେ।

ଏହିଭଳି ଭାବେ, ଗେଲୱେ ଫାଉଣ୍ଡେଶନ୍ ନିଜର କର୍ପୋରେଟ୍ ସୋସିଆଲ୍ ରେସ୍ପୋନ୍ସିବିଲିଟୀ ଅନ୍ତର୍ଗତ ଉଚ୍ଚ ଆଦର୍ଶ ସହିତ ଲୋକମାନଙ୍କୁ ଆଧ୍ୟାତ୍ମିକ ଓ ବୈଷୟିକ ଜ୍ଞାନ ପ୍ରଦାନ କରିଥାଏ।