bread

ଗ୍ଲେଜ୍ ଟ୍ରେଡିଙ୍ଗ୍ ଇଣ୍ଡିଆ ପ୍ରା. ଲିଃ ବିଷୟରେ


ଗ୍ଲେଜ୍ ବିଷୟରେ

ଦେଶର ସର୍ବଶ୍ରେଷ୍ଠ ଡାଇରେକ୍ଟ ସେଲିଙ୍ଗ୍ କମ୍ପାନୀଗୁଡ଼ିକ ମଧ୍ୟରୁ ଅନ୍ୟତମ ଗ୍ଲେଜ୍ ଟ୍ରେଡିଙ୍ଗ୍ ଇଣ୍ଡିଆ ପ୍ରା. ଲିଃ. ର ସ୍ଥାପନା 2003ରେ ଦୁଇଜଣ ଦୂରଦର୍ଶୀ ଉଦ୍ୟମୀ ଶ୍ରୀ ସଂଜୀବ ଛିବର୍ ଏବଂ ଶ୍ରୀ ଚେତନ ହାଣ୍ଡାଙ୍କ ଦ୍ୱାରା କରାଯାଇଥିଲା। ଗ୍ଲେଜ୍‌ର ସ୍ଥାପନା ମୁଖ୍ୟ ଉଦ୍ଦେଶ୍ୟ ହେଉଛି "ସବକା ସାଥ୍-ସବକା ବିକାଶ” ମାର୍ଗରେ ଏକଜୁଟତାରେ ସଫଳତାକୁ ପ୍ରୋତ୍ସାହିତ କରିବା। ତତ୍ସହିତ, ଏହି ବ୍ୟବସାୟ ସହ ଜଡ଼ିତ ଥିବା ଲୋକମାନଙ୍କର ଜୀବନକୁ ସମୃଦ୍ଧ କରିବା ତଥା ଉପଭୋକ୍ତାମାନଙ୍କୁ ଉତ୍ତମ ଅନୁଭବ ପ୍ରଦାନ କରିବା ମଧ୍ୟ ଗ୍ଲେଜ୍ ସ୍ଥାପନାର ମୁଖ୍ୟ ଉଦ୍ଦେଶ ରହିଛି।

ସଂକ୍ଷିପ୍ତରେ କହିବାକୁ ଗଲେ, ଗ୍ଲେଜ୍ ଟ୍ରେଡିଙ୍ଗ୍ ଇଣ୍ଡିଆ ପ୍ରା. ଲିଃ.ର ମୂଳ ସିଦ୍ଧାନ୍ତ ହେଉଛି, ବିଶେଷ ଭାବରେ ପ୍ରସ୍ତୁତ କରାଯାଇଥିବା ନିଜର ଉଚ୍ଚ ଗୁଣବତ୍ତା ବିଶିଷ୍ଟ FMCG ଉତ୍ପାଦଗୁଡ଼ିକୁ ସୁଲଭ ମୂଲ୍ୟରେ ଉପଭୋକ୍ତାମାନଙ୍କ ନିକଟରେ ପହଞ୍ଚାଇବା ତଥା ଏହି ବ୍ୟବସାୟରୁ ମିଳିଥିବା ଲାଭକୁ ବିତରଣ ଓ ବିପଣନରେ ଜଡ଼ିତ ଥିବା ନିଜ ଚାନେଲ୍ ପାର୍ଟନର୍ମାନଙ୍କ ସହିତ ବାଣ୍ଟିବା। ଅର୍ଥାତ୍, ଏପରି ଏକ ବ୍ୟବସାୟର ନିର୍ମାଣ କରିବା, ଯାହା ମାଧ୍ୟମରେ ଅର୍ଜିତ ଧନକୁ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ସମୃଦ୍ଧି ଆଣିବା ପାଇଁ ବଣ୍ଟାଯାଇପାରିବ।

କମ୍ପାନୀର ସଂସ୍ଥାପକମାନଙ୍କ ସ୍ପଷ୍ଟ ଦୃଷ୍ଟି, ଉନ୍ମାଦ, ସକାରାତ୍ମକ ଦୃଷ୍ଟିକୋଣ, ମହତ୍ତ୍ୱାକାଂକ୍ଷୀ ସ୍ୱଭାବ, ବ୍ୟାବହାରିକତା ତଥା ସେମାନଙ୍କ ନେତୃତ୍ୱରେ କାମ କରୁଥିବା ପରିଚାଳକୀୟ କର୍ମକର୍ତ୍ତାମାନଙ୍କର କୋର୍ ଟିମ୍, କମ୍ପାନୀକୁ ଦ୍ରୁତ ଗତିରେ ସଫଳତାର ଏହି ସ୍ତରରେ ପହଞ୍ଚାଇବାରେ ସାହାଯ୍ୟ କରିଛି। ଆଜି, ସମଗ୍ର ଦେଶରେ ପ୍ରାୟ 40 ଲକ୍ଷରୁ ଊର୍ଦ୍ଧ୍ୱ ଏପରି ସ୍ୱତନ୍ତ୍ର ବିତରକ ତଥା 256ରୁ ଅଧିକ ଫ୍ରାଞ୍ଚାଇଜିଜ୍ ଅଛନ୍ତି, ଯେଉଁମାନେ ଗେଲ୍‌ୱେ ବିଜନେସ୍ ମଡେଲ୍ ଅନ୍ତର୍ଗତ ଦେଖିଥିବା ସ୍ୱପ୍ନକୁ ସାକାର କରିବା ଦିଗାରେ କାମ କରୁଛନ୍ତି। ଗ୍ଲେଜ୍ର ଏହି କୁଶଳ ଓ ବ୍ୟାପକ ସ୍ୱତନ୍ତ୍ର ଡିଷ୍ଟ୍ରିବ୍ୟୁଟର୍ ନେଟ୍‌ୱର୍କ ଦେଶର ପ୍ରତ୍ୟେକ ଉପଭୋକ୍ତାଙ୍କ ପର୍ଯ୍ୟନ୍ତ ଗେଲ୍‌ୱେ ଉତ୍ପାଦର ପହଞ୍ଚକୁ ସୁନିଶ୍ଚିତ କରିଥାଏ। ସେହି ଉପଭୋକ୍ତା, ଦେଶର ଯେକୌଣସି ଅତି-ଦୁର୍ଗମ ଅଥବା ଦୂରସ୍ଥ କ୍ଷେତ୍ରରେ ରହିଥା’ନ୍ତୁ ନା କାହିଁକି।

ସଫଳତାପୂର୍ବକ ବ୍ୟବସାୟ କରି ଗ୍ଲେଜ୍, ବିଗତ 16 ବର୍ଷରେ ଏହି କ୍ଷେତ୍ରରେ ଏପରି ବିଶାରଦତା ହାସଲ କରିନେଇଛି, ଯାହା ଏହାକୁ ସର୍ବଶ୍ରେଷ୍ଠ ଡାଇରେକ୍ଟ ସେଲିଙ୍ଗ୍ କମ୍ପାନୀ କରିଥାଏ। ସୁଲଭ ମୂଲ୍ୟ ଓ ଜୀବନର ବିଭିନ୍ନ ଆକାଂକ୍ଷା, ଆଶା, ସ୍ୱପ୍ନ, ପୁରସ୍କାର, ମାଳିକାନା, ଏକଜୁଟତା ଓ ଜିତିବାର ସ୍ୱଭାବ ଭଳି ମୂଲ୍ୟ ଉପରେ ଆଧାରିତ ଗ୍ଲେଜ୍ର ଅବଧାରଣା ଏପରି ଅଟେ, ଯାହାକୁ ସାଧାରଣରୁ ସାଧାରଣ ବ୍ୟକ୍ତି ମଧ୍ୟ କଠିନ ଲକ୍ଷ୍ୟକୁ ପ୍ରାପ୍ତ କରିପାରିବ।

ଡାଇରେକ୍ଟ ସେଲିଙ୍ଗ୍ ବ୍ୟବସାୟରେ ଗୁଣବତ୍ତାଯୁକ୍ତ ଉତ୍ପାଦଗୁଡ଼ିକୁ ପ୍ରତ୍ୟକ୍ଷ ଭାବରେ ଉପଭୋକ୍ତାମାନଙ୍କ ପର୍ଯ୍ୟନ୍ତ ସିଧାସଳଖ ସେମାନଙ୍କର ଦୁଆର ମୁହଁରେ ସମ୍ପୂର୍ଣ୍ଣ ବିବରଣୀ ଓ ପ୍ରଦର୍ଶନ ପରେ ବିକ୍ରି କରାଯାଇଥାଏ। ଏହି ବ୍ୟବସାୟରେ ପାରମ୍ପରିକ ଖୁଚୁରା ବିକ୍ରେତା ବିକ୍ରି ପ୍ରାରୂପର ସହାୟତା ନ ନେଇ ଲୟାଲ୍ଟୀ ଓ ରିୱାର୍ଡ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ଉପଭୋକ୍ତାମାନଙ୍କ ସହିତ ଏକ ଦୀର୍ଘକାଳୀନ ସମ୍ପର୍କ ମଧ୍ୟ ଗଠନ କରାଯାଏ।